BREAKING
Loading...
:

ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

 


ଜଗନ୍ନାଥ ପ୍ରସାଦ (ନୀଳଚକ୍ର Live )=ପି ଏମ ଶ୍ରୀ ଗୋପୀନାଥ ସ୍ୱାମୀ ନୋଡାଲ ବିଦ୍ୟାପୀଠ. କାଦୁଆ ମଙ୍ଗରାଜ ପୁର ଠାରେ ସତରଟି ବିଦ୍ୟାଳୟରୁ ଆସିଥିବା ପ୍ରାୟ ଦୁଇଶହ କ୍ରୀଡା ପ୍ରତିଯୋଗୀଙ୍କୁ ନେଇ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯକ୍ରମରେ ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ନିଳାଞ୍ଚଳ ଖିଲାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ। ବିଦ୍ୟାଳୟର

ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ଗୋଦାବରୀଶ ମହାପାତ୍ର, ଦୁଇଜଣ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ଜଗନ୍ନାଥ ନାଏକ, ଶ୍ରୀ ଦୀପ୍ତି ରଞ୍ଜନ ତ୍ରିପାଠୀ , ପ୍ରାକ୍ତନ ଏସ ଏମ ସି ସଭାପତି ଶ୍ରୀ ମଧୁସୂଦନ ପାଣିଗ୍ରାହୀ, ସରପଞ୍ଚ ଶ୍ରୀମତୀ ରୁନିଲତା ସାହୁ, ସମିତିସଭ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ନାଇକ ତଥା ନିକଟସ୍ଥ ରାଉତୀ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।


ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ପୌରୋହିତ୍ୟ କରିଥିଲେ। କ୍ରୀଡ଼ାର ବିକାଶ ପାଇଁ ସରକାରଙ୍କ ସୁଦୂରପ୍ରସାରୀ ଯୋଜନା ତଥା ଏଥିରେ ଛାତ୍ର ଛାତ୍ରୀ ମାନେ କିଭଳି ଲାଭାନ୍ୱିତ ହେବେ, ସେ ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ।ଷଷ୍ଠରୁ ଦ୍ୱାଦଶ ଛାତ୍ର ଛାତ୍ରୀ ମାନଙ୍କ କନିଷ୍ଠ ଓ ବରିଷ୍ଠ ବର୍ଗରେ ଦୌଡ଼, ଲମ୍ବଡିଆଁ, ଉଚ୍ଚ ଡିଆଁ, ଜଭେଲିନ, ଡିସ୍କସ ଇତ୍ୟାଦି ଆଥେଲେଟିକ ଇଭେଣ୍ଟ ସହ କବାଡି , ଖୋ ଖୋ , ଭଲି ବଲ, ଫୁଟ ବଲ, କ୍ରିକେଟ୍ ଇତ୍ୟାଦି ଦଳଗତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜୋନ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ତଥା ପି ଏମ ଶ୍ରୀ ଗୋପୀନାଥ ସ୍ୱାମୀ ନୋଡାଲ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯକ୍ରମ ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା।

Post a Comment

Previous Post Next Post
Header ADS