BREAKING
Loading...
:

ଛାତ୍ରୀ ଆତ୍ମା ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ ଘାଟିତ


ଜଗନ୍ନାଥ ପ୍ରସାଦ (ନୀଳଚକ୍ର live)ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ର 'ଶକ୍ତିଶ୍ରୀ ସେଲ୍ ' ଆନୁକୂଲ୍ୟରେ ଛାତ୍ରୀମାନଙ୍କ ନିମନ୍ତେ ଏକ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ତା.୧୮.୮.୨୬ ରିଖ ଦିନ ଅଧ୍ୟକ୍ଷ ଶ୍ରୀ କାଳୀଚରଣ ମହାପାତ୍ର ଙ୍କ ପୌରୋହିତ୍ୟରେ ଉଦ୍ ଘାଟିତ ହୋଇଯାଇଅଛି।

ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଶକ୍ତି ଶ୍ରୀ ସେଲ୍ ର ସଂଯୋଜିକା ଅଧ୍ୟାପିକା ଅର୍ଚ୍ଚନା ପ୍ରିୟଦର୍ଶିନୀ ଏବଂ ସହ-ସଂଯୋଜିକା ଅଧ୍ୟାପିକା ନିହାରିକା ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।  ଶ୍ରୀମତୀ ସ୍ମୃତିମୟୀ ପାତ୍ର ପ୍ରଶିକ୍ଷିକା ଭାବରେ ଯୋଗଦେଇ ଛାତ୍ରୀ ମାନଙ୍କୁ ବିଭିନ୍ନ ଆତ୍ମ ରକ୍ଷା  କୌଶଳ ବିଷୟରେ ତାଲିମ ପ୍ରଦାନ କରିଥିଲେ।

ଉକ୍ତ ତାଲିମ କାର୍ଯ୍ୟକ୍ରମ ଆସନ୍ତା ତା. ୨୪.୮.୨୬ ରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ମୋଟ ୧୫୦ ଜଣ  ଛାତ୍ରୀ ଅଂଶଗ୍ରହଣ କରି ତାଲିମ ନେଉଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ରବୀନ୍ଦ୍ର କୁମାର ଦାଶ ଏବଂ ଶୈକ୍ଷିକ ଅଧିକାରୀ ଅଧ୍ୟାପକ ଅଲେଖ ଚନ୍ଦ୍ର ଘଡାଇ ଯୋଗଦେଇଥିଲେ।

Post a Comment

Previous Post Next Post
Header ADS