BREAKING
Loading...
:

ବିଡ଼ିପୁର କଲେଜ ରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live ) ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ପରିସରରେ  ଯୁବ ରେଡକ୍ରସ୍, ଜାତୀୟ ସେବା ଯୋଜନା ଏବଂ ସମର ଶିକ୍ଷାର୍ଥୀ ବାହିନୀ ର ମିଳିତ ଆନୁକୂଲ୍ୟରେ ତା:୨୨-୮-୨୬ ରିଖ ଦିନ ଏକ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ କାଳୀଚରଣ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ   ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ର ସ୍ବେଚ୍ଛାସେବୀ ଓ ସ୍ବେଚ୍ଛାସେବୀନୀବୃନ୍ଦ ଏବଂ ସମର ଶିକ୍ଷାର୍ଥୀ ବାହିନୀ ର କ୍ୟାଡେଟ୍ ଏବଂ ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମିଳିତ ହୋଇ ମହାବିଦ୍ୟାଳୟ ରୁ  ଗୁଡିପଲ୍ଲି ଗ୍ରାମ ପର୍ଯ୍ୟନ୍ତ ରାଲିରେ ଯାଇ ନିଶାମୁକ୍ତ ସଂପର୍କିତ ବିଭିନ୍ନ ସ୍ଳୋଗାନ ଦେଇ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ।

ଏଥିସହିତ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ କାଳୀଚରଣ ମହାପାତ୍ରଙ୍କ ପୌରୋହିତ୍ୟରେ ନିଶାମୁକ୍ତ ଅଭିଯାନ ସଂପର୍କିତ ଏକ ଶପଥପାଠ ଛାତ୍ରଛାତ୍ରୀ ମାନେ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ ଅଧିକାରୀ ଅଧ୍ୟାପକ ବସନ୍ତ କୁମାର ଶତପଥୀ, ଜାତୀୟ ସେବା ଯୋଜନା ର ଅଧିକାରିଣୀ ଅଧ୍ୟାପିକା ମାମିନି ଆଚାର୍ଯ୍ୟ ଏବଂ ସମର ଶିକ୍ଷାର୍ଥୀ ବାହିନୀ ର ଅଧିକାରୀ କ୍ୟାପଟେନ୍ ଦୀପକ୍ କୁମାର ନାୟକ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ ଯୋଗଦେଇ ଦେଇଥିଲେ।

Post a Comment

Previous Post Next Post
Header ADS