BREAKING
Loading...
:

ପାଟଣା ସାହି ଯୁବକ ସଂଘ ଦ୍ୱାରା ଆୟୋଜିତ ହେଲା ଶ୍ରୀ ଗଣେଶ ପୂଜା

 


ଜଗନ୍ନାଥ ପ୍ରସାଦ (ନୀଳଚକ୍ର Live )ଆଜିକାଲିର ଆଧୁନିକ ଯୁଗରେ ଦୁର୍ଗାପୂଜା ହେଉ କିମ୍ବା ଗଣେଶ ପୂଜା ହେଉ କିମ୍ବା ଯେ କୌଣସି ଯାନିଯାତ୍ରା ହେଉ, ସବୁଥିରେ ପରମ୍ପରା ରହିତ ନୃତ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟକର୍ମ ପରିବେଷିତ ହେଉଥିବା ବେଳେ ସ୍ଥାନୀୟ ଛାମୁଣ୍ଡା ଗ୍ରାମର ପାଟଣା ସାହିଠାରେ ଚଳିତ ବର୍ଷ ପବିତ୍ର ଗଣେଶ ପୂଜା ଅତ୍ୟନ୍ତ ସକାରାତ୍ମକ ଏବଂ ଆଧ୍ୟାତ୍ମିକ ଶୈଳୀରେ ଆୟୋଜିତ ହୋଇଯାଇଛି। ସାହିବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ପୂଜା ଉତ୍ସବ ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ବିଘ୍ନହର୍ତ୍ତାଙ୍କ ଆରାଧନା ସହ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ପରମ୍ପରା ଭାବେ ୩ ଦିନ ଧରି ଭଗବତ୍ କଥା ପରାୟଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି ୩ ଦିନିଆ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ସୁପ୍ରସିଦ୍ଧ ପ୍ରବଚକ ଶ୍ରୀ ବିକ୍ରମ ମହାରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜର ସୁଲଳିତ କଣ୍ଠରେ ଭଗବତ୍ କଥା ଅମୃତ ପରିବେଷଣ କରିଥିଲେ।

ତାଙ୍କର ଭକ୍ତିପୂତ ପ୍ରବଚନ ଶ୍ରବଣ କରି ଉପସ୍ଥିତ ଶ୍ରଦ୍ଧାଳୁମାନେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ। ଗ୍ରାମ ତଥା ଆଖପାଖ ଅଞ୍ଚଳର ବହୁ ଭକ୍ତ ଏହି କଥା ପରାୟଣରେ ସାମିଲ ହୋଇ ପୂଜାର ପ୍ରକୃତ ଆଧ୍ୟାତ୍ମିକ ଆନନ୍ଦ ଉପଭୋଗ କରିଥିଲେ।ଏହି ଅବସରରେ ପୂଜା କମିଟି ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଭବ୍ୟ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଗ୍ରାମର ଅଗଣିତ ଭକ୍ତ ଶୃଙ୍ଖଳିତ ଭାବେ ଏହି ମହାପ୍ରସାଦ ସେବନ କରିଥିଲେ । ପାଟଣା ସାହି ଯୁବକ ସଂଘର ଶୃଙ୍ଖଳିତ ସହଯୋଗ ଏବଂ ସକାରାତ୍ମକ ମନୋଭାବ ଯୋଗୁଁ ସମଗ୍ର କାର୍ଯ୍ୟକ୍ରମଟି ଅତି ଶାନ୍ତିପୂର୍ଣ୍ଣ ଓ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଆୟୋଜନ ପାଟନା ସାହି ତଥା ସମଗ୍ର ଛାମୁଣ୍ଡା ଗ୍ରାମରେ ଏକତା ଏବଂ ଭକ୍ତିର ଏକ ନୂତନ ଉଦାହରଣ ସୃଷ୍ଟି କରିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

Post a Comment

أحدث أقدم
Header ADS