BREAKING
Loading...
:

ଯୁଧିଷ୍ଟିର ବିଦ୍ଯାପୀଠ, ଜଗନ୍ନାଥ ପ୍ରସାଦ ରେ ୮୦ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଜଗନ୍ନାଥ ପ୍ରସାଦ ର ସର୍ଵ ପୁରାତନ ସରକାରୀ  ଯୁଧିଷ୍ଟିର ବିଦ୍ଯାପୀଠ ରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଗଣେଶ୍ୱର ରାଉତ ଜାତୀୟ ପତକା ଉତ୍ତୋଳନ କରି ଅଭିଭାଷଣ ରଖିଥିଲେ। ସ୍ୱାଧୀନ ଭାରତର ସୁ ନାଗରିକ ହୋଈ ଦେଶର ଅଖଣ୍ଡ ବଜେଇ ରଖିବା ପାଇଁ ଛାତ୍ର ମାନଙ୍କୁ ପ୍ରେରଣା ଦେଇ ଥିଲେ।

ଉକ୍ତ ବିଦ୍ୟାଳୟ ର ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରାକାର ସାହୁ ଏହି ଅବସର ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତ ସ୍ବାଧୀନତାର ବୀର ପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦେଶ ମାତୃକା ର ସେବା କରିବା ପାଇଁ ଛାତ୍ର ମାନଙ୍କୁ କହିଥିଲେ ଓ ବିଦ୍ୟାଳୟ ଦ୍ୱାରା ହର ଘରେ ତ୍ରିରଙ୍ଗା ଅଭିଯାନ ରେ କରାଯାଇଥିବା ପ୍ରତିଯୋଗିତା ର କୃତୀ ଛାତ୍ର ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ଅବସର ରେ ବିଦ୍ୟାଳୟ ର ସମସ୍ତ ଛାତ୍ର, ଶିକ୍ଷକ /ଶିକ୍ଷୟତ୍ରୀ, ଅନ୍ଯ କର୍ମ ଚାରି ଯୋଗ ଦେଇଥିଲେ।
























Post a Comment

أحدث أقدم
Header ADS