BREAKING
Loading...
:

ବଡ ଡ଼ାକ୍ତରଖାନା ରେ ଅଭୟା ଦିଵସ ପାଳିତ


ବ୍ରହ୍ମପୁର(ନିଳଚକ୍ର Live)୯/୮ ଦେଶ ବ୍ୟାପୀ ଅଭୟା ଦିବସ ପାଳନ କରାଯାଇଛି.।   ଏହି ଅବସରରେ  ଫୋଗସି ତରଫରୁ  ବଡ ଡ଼ାକ୍ତରଖାନା ର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ସହ  ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ବ୍ରହ୍ମପୁର ସୋସାଇଟି ଦ୍ବାରା ସଚେତନତା କାଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବହୁ ବିଶେଷଜ୍ଞ ଓ ପିଜି ଛାତ୍ର ଛାତ୍ରୀ ଯୋଗଦେଇ ସଚେତନତା ସୃଷ୍ଟି କରିବା ସହ  ଏ ସମ୍ପର୍କ ରେ  ଚର୍ଚ୍ଚା କରିଥିଲେ ।ନାରୀର ସୁରକ୍ଷା , ହିଂସା ରୋକିବା ଓ ଡାକ୍ତର ମାନଙ୍କ  ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରଫେସର ଭାରତୀ ମିଶ୍ର , ପ୍ରଫେସର ନିନା ମିଶ୍ର,  ଡାକ୍ତର ପ୍ରେମପ୍ରିୟା ଜେନା ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ , ଡାକ୍ତର ବନିତା ପଣ୍ଡା, ଡାକ୍ତର ପ୍ରଣତି ମିଶ୍ର ଙ୍କ ସମେତ ବହୁ ସଂଖ୍ୟକ ସ୍ନାତକ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ ।ଅଭୟା ଦିବସ ରେ ଗାୟତ୍ତ୍ରୀ କ୍ଲିନିକ ଏବଂ ଇନର୍ ୱିଲ୍ କ୍ଲବ ବ୍ରହ୍ମପୁର ଇଷ୍ଟ ତରଫରୁ ଅଧ୍ୟକ୍ଷ ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ଓ ସଦସ୍ୟା ସହଯୋଗରେ  ପାଳିତ ହୋଇଯାଇଛି।

Post a Comment

أحدث أقدم
Header ADS